ଚଣ୍ଡିଗଡ: ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ଶିରୋମଣୀ ଅକାଳି ଦଳ ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମଧ୍ୟରେ ଶନିବାର ମେଣ୍ଟ ଗଠିତ ହୋଇଛି । ଅକାଳି ନେତା ସୁଖବୀର ବାଦଲ ଏହି ମେଣ୍ଟ ସମ୍ପର୍କରେ ଘୋଷଣା କରି କହିଛନ୍ତି, ପଞ୍ଜାବରେ ଆମେ ମିଳିମିଶି ନିର୍ବାଚନ ଲଢିବୁ । ସୁଖବୀର ବାଦ ମେଣ୍ଟର ଘୋଷଣା କରି କହିଛନ୍ତି, ଏହା ପଞ୍ଜାବ ରାଜନୀତିରେ ଏକ ନୂଆ ଦିନ । ଶିରୋମଣୀ ଅକାଳି ଦଳ ଓ ବହୁଜନ ସମାଜ ପାର୍ଟି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଭବିଷ୍ୟତର ନିର୍ବାଚନ ଏକ।।ଠି ଲଢିବେ । ପଞ୍ଜାବର ୧୧୭ ସିଟରୁ ବହୁଜନ ସମାଜ ପାର୍ଟି ୨୦ ସିଟ ଓ ଅକାଳୀ ୯୭ ସିଟରୁ ଲଢିବେ ।
ଏହି ଅବସରରେ ବସପା ସାଂସଦ ସତୀଶ ମିଶ୍ରା କହିଛନ୍ତି, ଏହା ଏକ ଐତିହାସି ଦିନ ଅଟେ । କାରଣ ଶିରୋମଣୀ ଅକାଳି ଦଳ ସହ ମେଣ୍ଟ ହୋଇଛି, ଯିଏ ପଞ୍ଜାବର ସବୁଠାରୁ ବଡ ଦଳ । ୧୯୯୬ରେ ବସପା ଓ ଅକାଳି ଦଳ ଏକ ସାଙ୍ଗରେ ଲଢିଥିଲେ ଓ ୧୩ରୁ ୧୧ ସିଟରେ ବିଜୟ ହାସଲ କରିଥିଲେ । ଚଳିତ ମେଣ୍ଟ ଆଉ ଭାଙ୍ଗିବ ନାହିଁ ।
next post
