(ଭୁବନେଶ୍ୱର) : ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି । ୫ -ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ସଂଘ । ଏନେଇ ମିଳିତ ଅମଲା ମଞ୍ଚର ଆବାହକ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ଗ୍ରେଡ ପେ 4200 ଟଙ୍କା ଦରମା ପାଇଁ ଦାବି କରୁଛନ୍ତି ଅମଲା । ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ । ହେଲେ ଏହା ଭିତରେ 6 ମାସ ବିତିବାକୁ ଯାଉଥିଲେ ବି ସରକାର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା । ଏଥିପାଇଁ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରିବେ ବୋଲି ମିଳିତ ଅମଲା ମଞ୍ଚ ।