ଓଡିଶା

 ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା

(ରାଉଲକେଲା) : ଥମୁନି ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ । ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

ସୂଚନାନୁଯାୟୀ , ଏପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଜଣ ଡାଇରିଆରେ ଆକ୍ରାନ୍ତ ହେଲେଣି। କେବଳ ରାଉରକେଲା ସହରରେ ୪୨୯, ବିଭିନ୍ନ ବ୍ଲକରୁ ୧୧୩ ଜଣ ଡାଇରିଆ ରୋଗୀ ଆର୍‌ଜିଏଚ୍‌ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତି ବେଳକୁ କେବଳ ଆର୍‌ଜିଏଚ୍‌ରେ ୧୫୩ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଆର୍‌ଜିଏଚ୍‌ରୁ ୫ ଗୁରୁତର ରୋଗୀଙ୍କୁ ବୁର୍ଲା, ୪ ଜଣଙ୍କୁ ବେଦବ୍ୟାସସ୍ଥ ଜେପି ହସ୍ପିଟାଲ, ୪ ଜଣଙ୍କୁ ହାଇଟେକ୍‌ ମେଡ଼ିକାଲ, ୨ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

Related posts

ଅଟୋ ଓଲଟି ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ

mahabharatanews

ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା

mahabharatanews

ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ

mahabharatanews