କିଛି ଦିନ ନିସ୍ତାର ପରେ ପୁଣି ଉପର ମୁହାଁ ପାରଦ । ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ । ମଙ୍ଗଳବାର ୪୫ ଦଶମିକ ୯ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଶା କରାଯାଉଛି,ମୌସୁମୀ ବାୟୁ ସକ୍ରିୟ ହେବା ପରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜସ୍ଥାନରେ ଲୁ ଚାଲିଛି । ଗତକାଲି ରାଜସ୍ଥାନର ଚୁରୁରେ ତାପମାତ୍ରା ୫୦.୫ ଡିଗ୍ରୀ ରହିଛି ।
ସୂଚନାନୁଯାୟୀ , ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି । ୭ଟି ଅଞ୍ଚଳରେ ୪୪ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ମୋଟ୍ ୧୭ଟି ସ୍ଥାନରେ ୪୦ଡିଗ୍ରୀ ଉପରେ ରହିଛି ତାତି। ପାଣିପାଗ ବିଭାଗ ଅନୁସାରେ, ଆସନ୍ତା କିଛି ଦିନ ମଧ୍ୟରେ ତାତିରୁ ତ୍ରାହି ନାହିଁ ।