ଅପରାଧ

ଚାନ୍ଦିପୁର DRDO ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ୱର(ଆଦର୍ଶ ରାଉତ)  : ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ ବ୍ୟକ୍ତି ହେଲେ ସଚିନ କୁମାର ଓରଫ ଛେତା । ଗିରଫ ସଂଖ୍ୟା ୫କୁ ବୃଦ୍ଧି ହୋଇଥିବା ବେଳେ ତଦନ୍ତ ଜାରି ହୋଇଛି ।
ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା ହନି ଟ୍ରାପରେ ଫସିଥିଲା । ଯିଏକି ପାକିସ୍ତାନର ମହିଳା ଏଜେଣ୍ଟକୁ ଗୁପ୍ତ ତଥ୍ୟ ଯୋଗାଇ ଦେବା ସହ ପାକିସ୍ତାନରୁ ଟଙ୍କା ପାଇଥିବା ନେଇ ସୂଚନା ମିଳିଛି । ବସନ୍ତ ବେହେରା ପ୍ରଥମେ ଫେସବୁକରୁ ପାକିସ୍ତାନର ମହିଳା ଏଜେଣ୍ଟ ସଂସ୍ପର୍ଶ ଆସିବା ସହ ମହିଳା ଏଜେଣ୍ଟ ନିଜର ନଗ୍ନ ଫୋଟୋ ବସନ୍ତ ବହେରାଙ୍କ ସହ ଶେୟାର କରୁଥିଲେ ।

Related posts

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ସହ ଡିଏନଏ ଟେଷ୍ଟ ଦାବି

mahabharatanews

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

mahabharatanews

ମାଲବାହୀ ଟ୍ରକରେ ଆସୁଛି ବେଆଇନ ବନ୍ଧୁକ,୨୦ ହଜାର ଟଙ୍କାରେ ମିଳୁଛି ବନ୍ଧୁକ

mahabharatanews