ଭାରତ

 ଆର୍ମି ଟ୍ରକ୍ ଉପରେ ଆକ୍ରମଣ, ୩ ଯବାନ ସହିଦ୍ 

(ଦିଲ୍ଲୀ) : ପୁଣି ସେନା ଗାଡ଼ିକୁ ଟାର୍ଗେଟ କଲେ ଆତଙ୍କବାଦୀ ।  ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣା ଘଟିଛି ପୁଞ୍ଚ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ  । ଆଉ ଏଥିରେ ୩ଜଣ ସେନା ଯବାନ ସହିଦ୍ ହୋଇଥିବା ବେଳେ , ୩ଜଣ ସେନା ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ , ଘଟଣାସ୍ଥଳକୁ ଅତିରିକ୍ତ ଯବାନଙ୍କୁ ପଠାଯାଇ ସର୍ଚ୍ଚ ଅପରେସନ ଯୋରଦାର କରିଛି ଭାରତୀୟ ସେନା ।  ରାଜୋରିର ଥାନାମଣ୍ଡିର ଡେରା ରାସ୍ତାରେ ୨୦ ଡିସେମ୍ବର ରାତିରୁ ସେନା ସର୍ଚ୍ଚ ଅପରେସନ କରୁଥିଲେ । ଆଉ ଡିସେମ୍ବର ୨୧ ଅପରାହ୍ନ ୩: ୪୫ ରେ, ଯେତେବେଳେ ଦୁଇଟି ସେନା ଗାଡି ସୈନିକମାନଙ୍କୁ ଅପରେସନ୍ ସ୍ଥାନକୁ ନେଉଥିଲେ ସେତେବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଗାଡ଼ିଉପରକୁ । ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ସୈନିକମାନେ ମଧ୍ୟ ତୁରନ୍ତ ଏହାର ଯାବବରେ ଫାଇରିଂ କରିଥିଲେ ।

Related posts

ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

mahabharatanews

ଚନ୍ଦ୍ରଯାନ-୩ ; ଆଉ ଗୋଟିଏ ଦିନର ଅପେକ୍ଷା ମାତ୍ର  

mahabharatanews

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews