ଓଡିଶା

ଭିଡିଓ କନଫରେନ୍ସିଂରେ ଆଠଗଡ ବସଷ୍ଟାଣ୍ଡର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ

(ବିରୁପାକ୍ଷ ପ୍ରଧାନ/ଆଠଗଡ): ଆଠଗଡ ବସଷ୍ଟାଣ୍ଡର ଆଜି ନୂତନ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛିି । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡିଥିବା ଆଠଗଡ ବସଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ବସଷ୍ଟାଣ୍ଡକୁ ନେଇ ଅନେକ ସମସ୍ୟା ସମ୍ପର୍କରେ ପୂର୍ବରୁ ଖବର ପ୍ରସାରିତ ହୋଇଆସୁଥିଲା । ତେବେ ସବୁ ସମସ୍ୟାର ସମାଧାନ କରିବାକୁ ଯାଇ ଆଧୁନିକ ଶୈଳୀରେ ବସଷ୍ଟାଣ୍ଡର ନିର୍ମାଣ କରାଯିବ । ଏହି ପ୍ରକଳ୍ପ ପାଇଁ ୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଏହାକୁ ଅତ୍ୟାଧୁନିକ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଚୌଦ୍ୱାର ଆର ଆଣ୍ଡ ବି ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମଗାର, ଛୋଟବଡ ଦୋକାନ ବଜାର ସାଙ୍ଗକୁ ବସର ରକ୍ଷଣାବେକ୍ଷଣ ପାଇଁ ସୁବିଧା କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟ ପୁରଣ ହେବାକୁ ୬ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି ।

Related posts

ନିମାପଡାରେ କରୋନା ସଂକ୍ରମଣ ରୋକିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ

mahabharatanews

ବସ ଦୁର୍ଘଟଣାରେ  ବାଇକ ଆରୋହୀ ମୃତ, ଜଣେ ଗୁରୁତର

mahabharatanews

ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍

mahabharatanews