ଓଡିଶା

କୋରଣା ଯୋଧ୍ୟା ସାଜିଛନ୍ତି ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠି

(ଗୋଲାପ ସାହୁ / କଳାହାଣ୍ଡି): ସାରା ବିଶ୍ୱକୁ କୋରଣା ମହାମାରୀ ନିଜ କବଳରେ ରଖିଛି। ଏହାର ପ୍ରତିଶୋଧକ ଟୀକା ବହାରିନଥିବା ବେଳେ ସଚେତନତା ହିଁ ଏହାର ଏକମାତ୍ର ଔଷଧ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମୁହଁରେ ମାସ୍କ ଲଗାଇବା ତଥା ହାତ କୁ ସାବୁନରେ ବାରମ୍ବାର ଧୋଇବା ପାଇଁ କୁହାଯାଉଛି। ରାଜ୍ୟ ସରକାର ମଧ୍ୟ ଘରେ ଘରେ ପ୍ରଚାର କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।ଏ ହି ବିଷମ ପରିସ୍ଥିତି ରେ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣ କୋରଣା ରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣ ଯାକ ସୁସ୍ଥ ହୋଇଛନ୍ତି କିନ୍ତୁ ଦେଶର ଓ ଆମ ରାଜ୍ୟରେ ପରିସ୍ଥିତି ସୁଧୁରିଣୀ। ଏସବୁ କୁ ଦୃଷ୍ଟି ରେ ରଖି କେତେକ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଠୁ ଆରମ୍ଭ କରି ସଚେତନତା ,ପରିବେଶ ସୁରକ୍ଷା, ସଫେଇ କାର୍ୟ୍ୟକ୍ରମ ଦିଗରେ କାର୍ୟ୍ୟକ୍ଷମ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରଣମାଲ ଗ୍ରାମର ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠି ଗାଁର ଘର ଘର ବୁଲି ମାସ୍କ ଦେବା ସହ ପରିବେଶ ଅନୁଧ୍ୟାନ କରିଛନ୍ତି। କିଛି ଦିନ ତଳେ ରଣମାଲ ଗ୍ରାମର ଅନେକ ସ୍ଥାନରେ ପରିବେଶ କୁ ସ୍ଵଛ ରଖିବା ପାଇଁ ସଫେଇ କାର୍ୟ୍ୟକ୍ରମ କରିଥିଲେ। ଗାଁ ଗାଁ ବୁଲି କୋରନା ସଚେତନତା ସୃଷ୍ଟି ସହ ନିଜସ୍ୱ ପନିପରିବା ବଜାରକୁ ଯାଇ ସାମାଜିକ ଦୂରତ୍ୱ ରଖିବା ପାଇଁ ଚୂନ ରେ ଚିହ୍ନ ଦେଇ ଲୋକଙ୍କୁ ବୁଝାଇଥିଲେ । ନିଜ ଖର୍ଚ୍ଚରେ ମାସ୍କ ବିତରଣ କରିଥିବା ମଧ୍ୟ ଦେଖାଯାଇଥିଲା। ସେପରି ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ ଗାଁର ବିଭିନ୍ନ ସ୍ଥାନରେ ସଫେଇ କାର୍ୟ୍ୟକ୍ରମ କରିଛନ୍ତି ଯାହା ଫଳରେ ଗାଁ ସଫା ରହିଛି। ଆଗକୁ ମଧ୍ୟ ସେମାନେ ତାଙ୍କର ଏହି ସେବା ପ୍ରଦାନ କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରର ପୋଲିସ କହିଥିବା ବେଳେ ଏମାନଙ୍କ କାର୍ୟ୍ୟ ମଧ୍ୟ କୌଣସି ପୋଲିସ ଠୁ କମ ନୁହେଁ। ବର୍ତ୍ତମାନର ପରିସ୍ଥିତି ରେ ସେମାନଙ୍କ ପରିବାର ଚଳେଇବା ସହ ଅନ୍ୟ ର ମଙ୍ଗଳ କଥା ମଧ୍ୟ ଚିନ୍ତା କରୁଛନ୍ତି ବୋଲି ମା ମାନେ କହିଛନ୍ତି। ଯାହାଫଳରେ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଅଞ୍ଚଳରେ ପ୍ରସଂସାର ପାତ୍ରୀ ହୋଇଛନ୍ତି। ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠି ର ସଭାନେତ୍ରୀ ପଲସ୍ତ୍ରୀ ନାଏକ, ସଂପାଦିକା ପଙ୍କଜିନି ପାଣିଗ୍ରାହୀ, ସଭ୍ୟା ସୁପ୍ରିୟା ଦୁର୍ଗା, ମଥୁରା ପାଣିଗ୍ରାହୀ, ତିଲୋତ୍ତମା ଦୁର୍ଗା, ତାରା ନାଏକ, ସୁଭାସିନୀ ନାଏକ, ଅହଲ୍ୟା ନାଏକ, ରୁଦନା ବାଗ ଓ ଶିଳା ନାଏକ ପ୍ରମୁଖ ସାହାଯ୍ୟ ସହଯୋଗ କରିବାରେ ଅଗ୍ରସର ଅଛନ୍ତି ।

Related posts

କୋଭିଡ-୧୯ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ

mahabharatanews

ଆସନ୍ତା କାଲି ଚନ୍ଦ୍ରଗ୍ରହଣରେ ଏହି ରାଶି ରୁହନ୍ତୁ ସାବଧାନ ।

mahabharatanews

ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ

mahabharatanews