ଓଡିଶା

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

(ଶୁଭସ୍ମିତା ଦାଶ): ଜନହିତ ଉଦ୍ଦେଶ୍ୟରେ ଟ୍ୱିନସିଟିରେ ସଟଡାଉନ ଚାଲିଥିବ ପୁଲିସ ଉପରକୁ ଢେଲାମାଡ଼ ହୋଇଛି । ଛାତ ଉପରୁ କିଛି ଦୁର୍ବୃତ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ । ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଡିସିପି ପହଂଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସୂଚନା ଅନୁସାରେ, ରବିବାର ସକାଳେ ମଙ୍ଗଳବାଗ ଥାନା ପୁଲିସ କଟକ କେଶରପୁର ଅଂଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିଦ୍ଧିଷ୍ଟ କିଛି ଘରର ଛାତ ଉପରୁ ପୁଲିସ ଉପରକୁ ଢେଲା ମାଡ ହୋଇଥିଲା । ହଠାତ କିଛି ବୁଝି ପାରିନଥିବାରୁ ଥାନା ଅଧିକାରୀଙ୍କ ସହ କିଛି ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ । ଖବରପାଇ ଡିସିପି ଅଖିଳେଶ ସିଂଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । କିଏ ଓ କାହିଁକି ପୁଲିସ ଉପରକୁ ଢେଲା ମାଡ କଲା, ତାହାକୁ ନେଇ ପୁଲିସ ତଦନ୍ତ କରୁଛି । ଯେଉଁ ଛାତ ଉପରୁ ଢେଲା ମାଡ କରାଯାଇଥିଲା, ସଂପୃକ୍ତ ଘରକୁ ଖାନତଲାସୀ କରାଯାଉଛି । ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ସେହିପରି କିଛି ଆକ୍ରମଣକାରୀକୁ ପୁଲିସ ଲାଠି ମାଡ କରିବା ସହ ଅଟକ ରଖିଥିବା ଜଣାପଡିଛି ।

ଅପରପକ୍ଷରେ ପୁଲିସ ଉପରକୁ ଢେଲାମାଡକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ମହାମାରୀ କରୋନା ଭୂତାଣୁ ଠାରୁ ମୁକ୍ତି ପାଇବା ଓ ଲୋକଙ୍କ ହିତ ପାଇଁ ପୁଲିସ ନିଜ ଜୀବନକୁ ବାଜି ଲଗାଇଦେଇଛି । ଲୋକଙ୍କ ସୁରକ୍ଷା ପାଇ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି । ହେଲେ ପୁଲିସକୁ ପ୍ରସଂଶା କରିବା ବଦଳରେ ଯେଉଁମାନେ ଆକ୍ରମଣ କରୁଛନ୍ତି, ସେମାନେ ଦେଶଦ୍ରୋହୀ ଛଡା ଅନ୍ୟ କେହି ନୁହନ୍ତି ବୋଲି ମତ ପ୍ରକାଶ ପାଇଛି ।

Related posts

ଭାରସାମ୍ୟ ହରାଇ ଯୋରରେ ପଡିଲା ଆମ୍ବୁଲାନ୍ସ

mahabharatanews

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍

mahabharatanews

ସ୍କୁଲରେ କୋରୋନା ଭୟ

mahabharatanews