ଓଡିଶା

ଏହି ସ୍ଥାନରୁ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ଶରୀର

ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତ୍ୟୁ ଶରୀର । କାଳବୈଶାଖୀ ପ୍ରଭାବରେ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ  ଶରୀର ଉଦ୍ଧାର ହୋଇଛି । ସୂଚନା ଅନୁଯାଇ, କଟକ ନିଆଳି ଅଞ୍ଚଳରୁ ୪ଜଣ ପର୍ଯ୍ୟଟକ ଗତକାଲି ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ହଠାତ୍ କାଳବୈଶାଖୀ ବର୍ଷା ଓ ପବନ ମାଡିଆସିଥିଲା । ଯାହାଫଳରେ ସମସ୍ତ ପର୍ଯ୍ୟଟକ ପାହାଡ଼ରେ ଫସିଯାଇଥଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଉଦ୍ଧାର କରାଯାଇଥିବା ବେଳେ ଗତକାଲିଠୁ ଜଣେ ନିଖୋଜ ଥିଲେ । ଖବର ପାଇ ପୁଲିସ ଓ ବନବିଭାଗ ଟିମ୍ ସାରା ରାତି ସର୍ଚ୍ଚ ଅପରେସନ ଚଳାଇଥିଲେ । ଆଜି ନିଖୋଜ ଥିବା ପର୍ଯ୍ୟଟକ ବିନୋଦ ଜେନାଙ୍କ ମର ଶରୀର ଉଦ୍ଧାର କରାଯାଇଛି ।

Related posts

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

mahabharatanews

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ସମ୍ଭାବ୍ୟ ମରୁଡି ପରିଚାଳନା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ

mahabharatanews