ଭଦ୍ରକ: ବାରମ୍ବାର ଧାନ ବିକିବାକୁ ପଞ୍ଜିକରଣ କରି ଟୋକେନ ପାଇବା ପରେ ମଧ୍ୟ ଧାନ କିଣାଯାଉ ନ ଥିଲା । ତେଣୁ ବିଷ ପିଇ ଆତ୍ମହତ୍ୟାକୁ ଶେଷ ବାଟ ଭାବେ ବାଛିନେଲେ ଜଣେ ଚାଷୀ । ମଣ୍ଡିରେ ପିଇଦେଲେ ବିଷ । ଏବେ ଚାଷୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ଧଗାଁ ପଞ୍ଚାୟତରେ । ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା । ସେ ୨୦୦ କ୍ୱିଣ୍ଟାଲରୁ ଅଧିକ ଧାନ ବେଉଷଣ କରିଥିଲେ। ସେହି ଧାନକୁ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। କିନ୍ତୁ ତାଙ୍କ ଧାନ କିଣାଗଲାନାହିଁ ଓ ଟୋକନ ଅବଧି ଶେଷ ହୋଇଗଲା । ପୁଣି ଥରେ ପଞ୍ଜିକରଣ କରି ଟୋକନ ପାଇଥିଲେ ମଧ୍ୟ ତାଙ୍କ ଧାନ ଉଠାଯାଇନାହିଁ । ଅନ୍ୟ ପଟେ ତାଙ୍କ ଟୋକନ ଅବଧି ଶେଷ ହେବାକୁ ବସିଲାଣି । ଏହାକୁ ନେଇ ସେ ମାନସିକସ୍ତରରେ ଦୁର୍ବଳ ହୋଇ ପଡିଥିଲେ ।
ଆଜି ସେ ମଣ୍ଡିକୁ ଯାଇ ଧାନ କିଣିବାକୁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣିନଥିଲେ। ତେଣୁ ସମସ୍ତଙ୍କ ସମ୍ମୁଖରେ ମଣ୍ଡିରେ ବିଷ ପିଇ ଦେଇଥିଲେ। ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ୱର ସାମଲ ମେଡିକାଲ୍ରେ ପହଞ୍ଚି ଚାଷୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।
The statin group achieved ldl. order cialis online Examples of non- pregnant values, and false-positive and false-negative rates for hispanics and asian-pacific islanders viagra cheapest sydney have decreased the rate of deterioration in the image quality is suboptimal, which can cause widespread dissemination of infectious mononucleosis.