ଓଡିଶା

ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର: ଭାରରେ ପୁଣି ବୁହାହେଲେ ପ୍ରସୂତି

ନାରାୟଣପାଟଣା: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାମ ନେଉନାହିଁ । ପୁଣି ଏକ ଜନନୀ ଯନ୍ତ୍ରଣାର ଚିତ୍ର ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ତଳରଙ୍ଗପାଣି ଗାଁରୁ ଆସିଛି । ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପରିବାର ବର୍ଗ ପ୍ରସୂତିଙ୍କୁ ଭାରରେ ବୋହି ନେବାକୁ ବାଧ୍ୟ ହୋଇଥିଲେ ।

ସୂଚନା ଅନୁଯାୟୀ, ଗତକାଲି ତଳରଙ୍ଗପାଣି ଗ।।ଁର କାଳିଆ ହୁଲକାଙ୍କ ପତ୍ନୀ ମାଗେ ହୁଲକାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଯାଇ ପରିବ ନାହିଁ ବୋଲି ନିଜ ଅକ୍ଷମତା ପ୍ରକାଶ କରିଥିଲା ଓ ଗାଁଠୁ ସାଢ଼େ ୩ କିମି ଦୂର ନାଲକୋ ହିଲଟଫ୍‌ ମାଇନ୍ସ ନିକଟକୁ ପ୍ରସୂତିଙ୍କୁ ନେଇ ଆସିବାକୁ କହିଥିଲା । ଏହାପରେ ମାଗେଙ୍କୁ ତାଙ୍କ ପରିବାର ଲୋକେ ଏକ ଭାରରେ ବୋହି ବୋହି ପାଡାଡ ପର୍ବତ ଘେରା ୩ କିମି ରାସ୍ତା ବୋହି ଆମ୍ୱୁଲାନ୍ସ ଥିବା ସ୍ଥାନକୁ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ୱୁଲାନ୍ସରେ ମାତାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

Related posts

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

mahabharatanews

ଶୁଦ୍ଧିକ୍ରିୟାରୁ ଫେରିବା ବାଟରେ ଦୁର୍ଘଟଣା, ଦାଦା-ପୁତୁରା ମୃତ

mahabharatanews

ଯକ୍ଷ୍ମା ରୁ କିଭଳି ମୁକ୍ତି ପାଇବେ ତାହାର ସଚେତନତା…

mahabharatanews