Uncategorized

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସର ଭାରତ ମାତାଙ୍କ ଷ୍ଟାଚ୍ୟୁକୁ ସ୍ଥାନାନ୍ତର

ଅମରାବତୀ: ସୋମବାର ରାତିରେ ଆନ୍ଧ୍ରପ୍ରଦେଶ ତାଡେପାଲେଠାରେ ଅବସ୍ଥିତ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ବାସଭବନ ପରିସରରେ ଥିବା ଭାରତ ମାତାଙ୍କ ଷ୍ଟାଚ୍ୟୁକୁ ସ୍ଥାନାନ୍ତର କରାଯାଇଛି । ସରକାରୀ ଅଧିକାରୀଙ୍କ ଦ୍ୱାରା ଷ୍ଟାଚ୍ୟୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଏବେ ରାଜ୍ୟ ବ୍ୟାପୀ ଅସନ୍ତୋଷ ଦେଖାଦେଇଛି । ସରକାର
ଏନେଇ ସରକାର ପକ୍ଷରୁ କୁହାଯାଇଛି କି ବକିଂହାମ କେନାଲରୁ ନୁଥାକି ରୋଡ ସମ୍ପ୍ରସାରଣ ପାଇଁ ଜାତୀୟ ପତାକାକୁ ବାହାର କରି ଦିଆଯାଇଛି । ଭାରତ ମାତାଙ୍କ ମୂର୍ତ୍ତିକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ପରେ ତହସିଲ ଅଫିସକୁ ସ୍ଥାନାନ୍ତର କରାଯାଇ ସେଠାରେ ସ୍ଥାପିତ କରାଯିବ । ଏହାକୁ ଉଭୟ ବିଜେପି ଓ ଟିଡିପି ନିନ୍ଦା କରାଯାଇଛି ।
ଟିପିଡି ସଦସ୍ୟ ନାରା ଲୋକେଶ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଭବନ ନିକଟରେ ରହୁଥିବା ଅଧିବାସୀଙ୍କ ଘର ସୁରକ୍ଷା ଦୃଷ୍ଟିରୁ ଉଚ୍ଛେଦ କରାଯାଇଥିଲା । ଏବେ ଭାରତ ମାତାଙ୍କ ଷ୍ଟାଚ୍ୟୁକୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ସେ ଆହୁରି କହିଛନ୍ତି, ଜଗନ ରେଡ୍ଡି ୨ କୋଟି ଟଙ୍କାରେ ଏକ ମନ୍ଦିର ନିଜ ପାଇଁ ପାଇଛନ୍ତି । ଭାରତମାତାଙ୍କ ଷ୍ଟାଚ୍ୟୁ ଉଚ୍ଛେଦ ପ୍ରମାଣିତ କରୁଛି ତାଙ୍କ କର୍ତ୍ତୃତ୍ୱ ଓ ଆଧିପତ୍ୱଗତ ମାନସିକତାକୁ ପ୍ରକାଶ କରୁଛି । ଭାରତ ମାତାଙ୍କ ଷ୍ଟାଚ୍ୟୁକୁ ସରକାର ପୁନଃ ସ୍ଥାପନ କରି କ୍ଷମାଭିକ୍ଷା କରନ୍ତୁ ।

Related posts

ଧାରା ୩୭୦ ଉଚ୍ଚେଦକୁ ପୁରିଲା ୧୪୫ ଦିନ

mahabharatanews

ରଶ୍ମୀଙ୍କ ହଟ୍ ଭୋଜପୁରୀ ଗୀତ ଭାଇରାଲ

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews

Leave a Comment