ଓଡିଶା

ବନ୍ଦେ ମାତରମର ୧୫୦ ତମ ବାର୍ଷିକ ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକ ଅବସରରେ  ଆଳି ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଶହରୁ ଉର୍ଦ୍ଧ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରା ଯାଇଥିଲାl ଏହି ପ୍ରତି ଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଳି ବ୍ଳକ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି l

ଆଳି ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ଆଳି ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ, ତହସିଲଦାର ସୁମନ ଘୋଷ, ଅଧକ୍ଷ ମନୋରଞ୍ଜନ ସାମଲ, ଉପାଧକ୍ଷ ମିନତୀ ବାରିକ, ଏବିଓ ଜ୍ୟୋତିପୁଷ୍ପା ମହାନ୍ତି, ଆଦର୍ଶ ବିଦ୍ୟାଳୟ ଅଧକ୍ଷ ପ୍ରତାପ ସାହୁ, ଦେସାହି ସମିତି ସଭ୍ୟ ସନ୍ତୋଷ ବେହୁରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମକୁ ଆଳି ବ୍ଳକର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ l

Related posts

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଫିୟାମ ଫାଉଣ୍ଡେସନ ଆନୁକୁଲ୍ୟରେ ଉଦଘାଟନ ହେଲା ସାନିଟାରୀ ଉତ୍ପାଦନ କେନ୍ଦ୍ର

mahabharatanews