(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ କଲେଜ ଛକ ସ୍ଥିତ ଏକ ଢାବା ନିକଟରେ ପଡିଥିବା ଏକ କାଗଜ ପେଟିରୁ ଏକ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଏକ ଢାବାର ଜଣେ କର୍ମଚାରୀ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଖୋଜାଖୋଜି କରିବାରୁ ଏକ କାଗଜ ପେଟିରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଏନେଇ ସେ ପୋଲିସକୁ ଖବର ଦେବା ସହ ଶିଶୁଟିକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡିଛି । ତେବେ କେହି ଜଣେ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ଢାବା ପାଖରେ ଛାଡି ଦେଇ ପଳାଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଶିଶୁକନ୍ୟାକୁ ନିଜେ ରଖିବା ପାଇଁ ଉଦ୍ଧାର କରିଥିବା ଢାବା କର୍ମଚାରୀ କହିଛନ୍ତି । ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବରଗଡ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ପାଖରେ ଥିବା ନାଳରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।
previous post
next post