ଓଡିଶା

ରାଇରଙ୍ଗପୁରରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବସଷ୍ଟାଣ୍ଡ ଠାରେ ମ୍ୟୁନିସିପାଲିଟି ତରଫରୁ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏହି ବିକ୍ରୟ କେନ୍ଦ୍ରର ଉଦଘାଟନ କରିଛନ୍ତି । ମୁଖ୍ୟ ବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର ଜୈବିକ ଖତର ଉପକାରିତା ଉପରେ ଆଲୋକପାତ କରିଥିଲେ । ରାଇରଙ୍ଗପୁର ମ୍ୟୁନିସିପାଲିଟି ତରଫରୁ ଗଢ ଗାଁରେ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା । ସେହି ପ୍ଲାଣ୍ଟରୁ ଜୈବିକ ଖତ ପ୍ରସ୍ତୁତ କରାଯାଉଥିଲା । ତେବେ ଏହି ଖତର ବିକ୍ରି ପାଇଁ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଖତ ବିକ୍ରି ପାଇଁ ସ୍ଥାନୀୟ ମା’ କିଚକେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ୫ କେଜି ଜୈବିକ ଖତର ମୂଲ୍ୟ ୮୦ ଟଙ୍କା ରଖାଯାଇଛି । ତେବେ ପ୍ରଥମ ଥର ପାଇଁ ସରକାରଙ୍କ ତରଫରୁ ଜୈବିକ ଖତ ରାଇରଙ୍ଗପୁର ସହରରେ ଉପଲବ୍ଧ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।

Related posts

“ରାକ୍ଷୀ ଫୁଲ” ରେ ଅନେକ ଔଷଧୀୟ ଗୁଣ ରହିଛି

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

mahabharatanews

ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଘୋଷଣା କଲେ ୨୫ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି

mahabharatanews