ଓଡିଶା

ଟ୍ରେନ୍ ଦୁର୍ଘଟଣା:  ଆସିଲା ୨୯ ମୃତଦେହର DNA ରିପୋର୍ଟ

(ବାହାନଗା) :  ବାହାନଗା ଟ୍ରେନ୍ ଦୁର୍ଘଟଣାର ଆସିଲା ୨୯  ମୃତଦେହର DNA ରିପୋର୍ଟ । ଏହା ପରେ ଆଜି ସେମାନଙ୍କ ପରିବାରର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ରିପୋର୍ଟ ଆସିଥିବା ୨୯  ମୃତକଙ୍କ ପରିବାର ଲୋକଙ୍କୁ ଭୁବନେଶ୍ୱର ଏମ୍ସ କୁ ଡକାଯାଇଛି । ସମସ୍ତ ମୃତଦେହକୁ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେବେ ରାଜ୍ୟ ସରକାର ।

ସୂଚନାନୁଯାୟୀ , ମୃତକଙ୍କ ପରିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ମାଗଣା ଆମ୍ବୁଲାନ୍ସ ନେଇପାରିବେ । ଏ ନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚିହ୍ନଟ ହୋଇଥିବା ୨୯  ମୃତଦେହ ମଧ୍ୟରୁ ଜଣେ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

Related posts

ପୁଣି ଓଲଟିଲା ଯାତ୍ରୀବାହୀ ବସ

mahabharatanews

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

mahabharatanews

ରାଜ୍ୟରେ ନୂଆ ୧୨୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews