ଓଡିଶାଦୁର୍ଘଟଣା

ପୁଣି ଓଲଟିଲା ଯାତ୍ରୀବାହୀ ବସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଓଲଟି ପଡିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ 10ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାଲକ୍ଷ୍ମୀ ବୋଲି ଜଣାପଡିଥିବା ବେଳେ ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ହୋଇଛି ଦୁର୍ଘଟଣା । ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ବ୍ରେକ ଫେଲ ହେତୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିବା ବେଳେ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।

Related posts

ପତିତପାବନ ଦର୍ଶନ କରି ଫେରିବା ବେଳେ ଟଳିପଡିଲେ ଭକ୍ତ

mahabharatanews

ପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟି

mahabharatanews

ବରମୁଣ୍ଡାରେ ୫ଟି ସଚିବ,ଜୁଲାଇ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ 

mahabharatanews