ଓଡିଶା

ହୋଇପାରିଲାନି ବନକଲାଗି ନୀତି ; ଆଜି ବସିବ ବୈଠକ  

(ପୁରୀ)  : ବୁଧବାର ଛାଡି ଗୁରୁବାର ମଧ୍ୟ ହୋଇପାରିଲାଣି ମହାପ୍ରଭୁଙ୍କ ବନକଲାଗି ନୀତି  । ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମଧ୍ୟ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନାହିଁ ।

ସୂଚନାନୁଯାୟୀ ,  ଆସନ୍ତା ବୁଧବାକ ଏହି ନୀତି ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଞ୍ଜୟ ଦତ ମହାପାତ୍ର । ସେପଟେ କିଛି ଦିନରୁ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆଜି ନୀତି ସବକମିଟିର ବୈଠକ ବସିବା ପାଇଁ ଯାଉଛି । ଏହି ବୈଠକରେ ବନକଲାଗି ନେଇ ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି । ତେବେ ଆସନ୍ତା ବୁଧବାର ବନକଲାଗି କରିବା ପାଇଁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଅଣ୍ଟା ଭିଡିଲା ପ୍ରଶାସନ

mahabharatanews

ଡାକବାଜି ଯନ୍ତ୍ରରେ କରୋନା ସଚେତନତା

mahabharatanews

ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

mahabharatanews