ଓଡିଶା

ଆଜି ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

(ପୁରୀ) : ଆଜି ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରିବ ।  ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିଲାଗି ପୁରୀ ରେଳ ଷ୍ଟେସନରେ ପ୍ରସ୍ତୁତି ସରିଛି ।

ସୂଚନାନୁଯାୟୀ ,ଷ୍ଟେସନ୍‌କୁ ସଜା ଯାଉଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି ।

Related posts

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

mahabharatanews

ବୃଦ୍ଧି ପାଉଛି ଡେଙ୍ଗୁ , ୨ ଶିଶୁ ଆକ୍ରାନ୍ତ 

mahabharatanews

ଅଜଣା ଜନ୍ତୁ ଆକ୍ରମଣ ଭୟରେ ଯାଜପୁର

mahabharatanews