ଓଡିଶା

ଅଜଣା ଜନ୍ତୁ ଆକ୍ରମଣ ଭୟରେ ଯାଜପୁର

ଯାଜପୁର(ମହାଭାରତ): ଯାଜପୁର ରୋଡ ରେଞ୍ଜ କଣ୍ଟାଝରି ଏବଂ ମଙ୍ଗରାଜପୁର ଗାଁରେ ଖେଳି ଚାଲିଛି ଅଜଣା ଜନ୍ତୁ ଆତଙ୍କ । କିଛି ଲୋକ ଏହି ଜନ୍ତୁର ଆକ୍ରମଣର ଶିକାର ହୋଇଥିବା ମଧ୍ୟ ଜଣାପଡିଛି ।
କଣ୍ଟାଝରି ଗାଁର ଦୁଇ ଜଣ ଦମ୍ପତ୍ତି ଆଜି ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏଥିରେ ବିନୋଦ ପଲାଇ ସାମାନ୍ୟ ଆହତ ହୋଇଥିଲେ ହେଁ ପତ୍ନୀ ବଉଳ ପଲାଇ ଗୁରୁତର ହୋଇଛନ୍ତି । ସେହିପରି ମଙ୍ଗରାଜପୁରର ସନାତନ ସାହୁଙ୍କୁ ମଧ୍ୟ ଏହି ଜନ୍ତୁ ଆକ୍ରମଣ କରିଛି । କୌଣସି କାର୍ଯ୍ୟରେ ବିଲକୁ ଯାଇଥିବା ବେଳେ ତାଙ୍କ ସହ ଏପରି ଅଘଟଣ ଘଟିଯାଇଛି । ତେବେ ଦୁଇ ଦିନ ଭିତରେ ୪ ଜଣଙ୍କ ଉପରେ ଆକ୍ରମଣ କରିଛି ଏହି ଜନ୍ତୁ ।
ଏହି ଖବର ପାଇ ଯାଜପୁର ରୋଡ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଜଣା ଜନ୍ତୁ ସମ୍ବନ୍ଧରେ କୌଣସି ସୂଚନା ମିଳି ପାରିନାହିଁ । ସେପଟେ ଏହି ଜନ୍ତୁ ଏବଂ ଏହାର ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Related posts

ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ

mahabharatanews

କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

mahabharatanews

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews