ଓଡିଶା

ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୪୬ ଜଣ ଲୋକାଲ ପଜିଟିଭ ରହିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
ଆଜି ନୟାପଲ୍ଲୀ ନୂଆସାହିରୁ ସର୍ବାଧିକ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୭ ଜଣ ଜଣ ମହିଳା ହୋଇଥିବା ବେଳେ ଅନ୍ୟ ୨ ଜଣ ପୁରୁଷ । ନୟାପଲ୍ଲୀରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ହୋଇଥିବା ବେଳେ ଅନ୍ୟ ତିନି ଜଣ ମହିଳା । ଏଥିରେ ୪ ବର୍ଷର ବାଳକ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିପରି ସହିଦ ନଗର ଅଂଚଳରୁ ଆଜି ୬ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଏପର୍ୟ୍ୟନ୍ତ ୨୬୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୫୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

Related posts

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବାକୁ ନେଇ ଉତ୍ତେଜନା

mahabharatanews

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

mahabharatanews