ଓଡିଶା

ରାଜ୍ୟରେ ଆଜି ୮ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ଦେଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତ ୨୯ଟି ଜିଲ୍ଲାରୁ ରହିଛନ୍ତି । ଗଞ୍ଜାମରୁ ୩୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୪, ଢେଙ୍କାନାଳରୁ ୯୨, ଗଜପତିରୁ ୯୭, କନ୍ଧମାଳରୁ ୫୦, କୋରାପୁଟରୁ ୮୧, ନୟାଗଡରୁ ୬୭, ସୁନ୍ଦରଗଡରୁ ୭୫, ସମ୍ବଲପୁରରୁ ୫୬, ରହିଛି ।
ସେହିପରି ରାଜ୍ୟରେ ଆଜି ୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଜଣେ ୮୧ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଛି, ସେ ଡାଇବେଟିସରେ ପୀଡିତ ଥିଲେ । ସେହିପରି ନୟାଗଡରୁ ଜଣେ ୮୨ ବର୍ଷ ବୃଦ୍ଧା, ସେ ବିଭିନ୍ନ ରୋଗରେ ପୀଡିତା ଥିଲେ, ଗଜପତିର ଜଣେ ୫୮ ବର୍ଷୀୟା ବୃଦ୍ଧା, ସୁନ୍ଦରଗଡରୁ ଡାଇବେଟିସରେ ପୀଡିତ ୫୧ ବର୍ଷୀୟ ପୁରୁଷ, ଗଞ୍ଜାମରୁ ବିଭିନ୍ନ ସାଂଘାତି ରୋଗରେ ପୀଡିତ ୭୩ ବର୍ଷୀୟ ପୁରୁଷ, ୪୫ ବର୍ଷୀୟ ପୁରୁଷ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ୧୨ ବର୍ଷୀୟା ବାଳିକା ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୮୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୯୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୭୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୧୪୫୭୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

ଜୟପୁର ସ୍ଥିତ ଗ୍ଲୋକାଲ ହସ୍ପିଟାଲରେ ହେବ କୋରନା ରୋଗୀଙ୍କ ଚିକିତ୍ସା

mahabharatanews

ଅସହ୍ୟ ତାତି: ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା  ୪୫.୬ ଡିଗ୍ରୀ 

mahabharatanews

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

mahabharatanews