(ଭଞ୍ଜନଗର) : କାଲି ଠାରୁ ଆରମ୍ଭ ହୋଇଯାଇଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲା । ତେବେ ପାରମ୍ପରିକ ଢାଞ୍ଚାରେ ମାଙ୍କୁ ପୂଜାର୍ଚନା କରାଯାଇଛି ।ଘଣ୍ଟା, ଶଙ୍ଖ ,ହୁହାହୁଳିରେ କମ୍ପି ଉଠୁଥିଲା ସହର । କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର ପରିବେଶ ଦେଖିବାକୁ ମିଳିଛି ।
ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ଶେଷ ପର୍ୟ୍ୟାୟରେ ପହଁଚିଛି ।
ସୂଚନାନୁଯାୟୀ, ପ୍ରତି ତିନିବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁମିଳିଛି ।