ଭାରତ

ଦେଶରୁ ଦୈନିକ ୩ ହଜାର ୩୧୮ କରୋନା ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ଦିନକୁ ଦିନ ଘନେଇବାରେ ଲାଗିଲାଣି କରୋନା ସଂକ୍ରମଣ ।  ଗତ ୨୪ ଘଣ୍ଟାରେ ଦୈନିକ ମାମଲା ୩ ହଜାରକୁ ଖସିଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।  କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଥିଲା । ଦେଶରେ ସକ୍ରିୟ ମାମଲା ୪୪ ହଜାର ୧୭୫ ରେ ପହଞ୍ଚିଛି । ଏହି ସମୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ ,  ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୩ ହଜାର ୩୧୮  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୬ ହଜାର ୩୭୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।  ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪ କୋଟି ୪୯ ଲକ୍ଷ ୫୨ ହଜାର ୯୯୬ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪ କୋଟି ୪୩ ଲକ୍ଷ ୭୭ ହଜାର ୨୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ ୫ ଲକ୍ଷ ୩୧ ହଜାର ୫୬୪ ରୋଗୀ ପ୍ରାଣ ହରାଇଛନ୍ତି ।

Related posts

ଚନ୍ଦ୍ରଠାରୁ ଦୂରତା ଆଉ ମାତ୍ର ୨୫ କିଲୋମିଟର 

mahabharatanews

୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews