ମନୋରଞ୍ଜନ

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

(ମୁମ୍ବାଇ) : ହାସ୍ୟାଭିନେତ୍ରୀ ଭାରତୀ ସିଂହ ଗଲ ବ୍ଲାଡରରେ ଷ୍ଟୋନ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଘରକୁ ଫେରି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଭାରତୀ ଏକ ନୂଆ ବ୍ଲଗ ପୋଷ୍ଟ କରିଛନ୍ତି। ଏହି ବ୍ଲଗରେ ଭାରତୀ କହିଛନ୍ତି, ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ। ‌ଷ୍ଟୋନ ହେତୁ କିଭଳି କଷ୍ଟ ଭୋଗିବାକୁ ହୋଇଥାଏ ଯିଏ ଅନୁଭବ କରିଛି ସିଏ ହିଁ ଜାଣିଛି। ଘରକୁ ଫେରିବା ପରେ ବି ମୁଁ ଖୁସି ହୋଇ ପାରୁ ନାହିଁ।

କାହିଁକି ନା କିଛିଦିନ ପରେ ମୋର ଅସ୍ତ୍ରୋପଚାର ହେବ। ସୁଟିଂ କାମ ବାକି ଅଛି। ତାହା ଶେଷ କରିବା ପରେ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ଯିବାକୁ ହେବ । ଭଗବାନଙ୍କୁ ପ୍ରାର୍ଥନା କି ସୁଟିଂ ସମୟରେ ମୋତେ ପେଟ ଯନ୍ତ୍ରଣା ନହେଉ। ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ। କାରଣ ଏହା ବିନା ମୁଁ କୌଣସି କ୍ଷେତ୍ରରେ ଆଗକୁ ବଢ଼ି ପାରିବି ନାହିଁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଭଲରେ ଭଲରେ ମୋର ଷ୍ଟୋନ ଅସ୍ତ୍ରୋପଚାର ହୋଇଯାଉ। ମୁଁ ସୁସ୍ଥ ହୋଇ ଘରକୁ ଫେରିଆସେ ।

Related posts

 ‘ଦି କେରଳ ଷ୍ଟୋରୀ’ଫିଲ୍ମର ସଦସ୍ୟଙ୍କୁ ମିଳିଲା ସୁରକ୍ଷା 

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

 ବେଶ୍ ଚର୍ଚ୍ଚିତ ଅମିତାଭଙ୍କ ହୋଲି ପାର୍ଟି

mahabharatanews