ଓଡିଶା

ଭୁବନେଶ୍ୱର ଏବଂ ଭଦ୍ରକ ସଂପୂର୍ଣ୍ଣ ସଟଡାଉନ

(ଭୁବନେଶ୍ୱର): ସାରା ଦେଶରେ କରୋନା ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ତେବେ କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୪୮ ଘଂଟା ପର୍ୟ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ୟ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ତାଲାବନ୍ଦ ଘୋଷଣା କଲେ ରାଜ୍ୟ ସରକାର । ସେହିପରି ଅତି ଜରୁରୀ ପରିସ୍ଥିତି ନହେଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏହାସହ୪୮ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ।

ତେବେ ଏହି ସମୟରେ ଯଦି କୌଣସି ବ୍ୟକ୍ତି ଏହି କଟକଣାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଂଟାଇନରେ ରଖାଯିବ । ସେହିପରି ଯେଉଁ ପାସ୍ ଜାରି କରାଯାଇଥିଲା ସେ ସବୁକୁ ସସପେଣ୍ଡ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କିନ୍ତୁ ମାଲ ପରିବହନ ଗାଡ଼ି ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି । କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେହି ସମ୍ମିଳନୀରେ ସେ ଏହି ଘୋଷଣା କରିଥିଲେ । ଏଯାଏଁ ଭୁବନେଶ୍ୱରରେ ୪ ଓ ଭଦ୍ରକର ଜଣେ ଆକ୍ରାନ୍ତ ବାହାରିଛନ୍ତି । କରୋନା ଚେନ ଭାଙ୍ଗିବାକୁ ସମ୍ପୂର୍ଣ୍ଣ ଏହିପରି ତାଲାବନ୍ଦ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

Related posts

ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews