ଓଡିଶା

କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

(କଟକ):  ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ ।  ବର୍ତ୍ତମାନ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ । ଏ ନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ , ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ 220 କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।

Related posts

ଏହି ମନ୍ଦିରେ ପାଳନ ହୁଏ ‘ନେକେଡ ଫେଷ୍ଟିଭାଲ’

mahabharatanews

କୋରୋନା ଟେଷ୍ଟ କରିବାକୁ ଯାଇ ଜଣେ ମୃତ

mahabharatanews

କୋରୋନା ମୁକାବିଲା ପାଇଁ ଜ୍ୟାକ୍ ମା ଦେଲେ ୧୪ ମିଲିୟନ ଡଲାର

mahabharatanews