ମନୋରଞ୍ଜନ

ପରଲୋକରେ ନେତା ବିଜୟକାନ୍ତ

ପରଲୋକରେ ଅଭିନେତା ତଥା ‘ଦେସିୟା ମୁରପୋକ୍କୁ ଦ୍ରବିଡ଼ କଜଗମ୍‌’ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

ସୂଚନାନୁଯାୟୀ , ନିମୋନିଆରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା କ୍ୟାପ୍‌ଟେନ୍‌ ବିଜୟକାନ୍ତଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଡାକ୍ତରୀ କର୍ମଚାରୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଗଲା। ମଙ୍ଗଳବାର ଦିନ ବିଜୟକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଶିଳ୍ପ ଓ ଜନସାଧାରଣଙ୍କ ନିକଟରେ ସୁପରିଚିତ ଥିବା ବିଜୟକାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ।

Related posts

ମକ୍କାରେ ଚିତ୍କାର କରି କାନ୍ଦିଲେ ରାକ୍ଷୀ ସାୱନ୍ତ

mahabharatanews

ବିବାହ ଶାଢ଼ିକୁ ନେଇ ଚର୍ଚାରେ ଆଲିଆ ଭଟ୍ଟ

mahabharatanews

୩୦୦୦ କୋଟି ଟଙ୍କା ଟପିଲା ଉଭୟ ‘ଧୁରନ୍ଧର’

mahabharatanews