ଓଡିଶା

ଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର: ଆଜିଠାରୁ ବଦଳିଲା ଭୁବନେଶ୍ୱର କୋର୍ଟର ଚିତ୍ର ।  ଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସ ।  ଏହାକୁ  ଉଦ୍ ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉଦଘାଟି ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବର ଦାସ । ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପରେ ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଛନ୍ତି ।  ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ । ଗତକାଲି ପୁରୀରେ ନୌସେନା ଦିବସରେ ସାମିଲ ହେବା ପରେ ଏବେ ପୁରୀ ରାଜଭବନରେ ରାତ୍ରି ଯାପାନ କରିଥିଲେ ମହାମହିମ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଭଳି ରାଜଧାନୀ ଭୁବନେଶ୍ୱର ମଧ୍ୟ ଅତ୍ୟାଧୁନିକ କୋର୍ଟ ପରିଚାଳନା ହେବ । ଇଲୋକ୍ଟ୍ରୋନିକ୍ସ ବୋର୍ଡରେ ଯାହାର ନାଁ ଆସିବ ସେ ଭିତରକୁ ଯିବ । ଏହି ବିଲ୍ଡିଂରେ ୪ଟି କରିଡର ରହିଛି  । ୬ ମହଲା ବିଶିଷ୍ଟ ମୁଖ୍ୟ ବିଲ୍ଡିଂରେ ୫୬ଟି ଅଦାଲତ ପ୍ରକୋଷ୍ଠ ସହିତ ରେକର୍ଡ ରୁମସ , ପାଠାଗାର ଏବଂ ସମ୍ମିଳନୀ  କକ୍ଷମଧ୍ୟ ନିର୍ମାଣ କରାଯାଇଛି ।

Related posts

ମହା ଜନସମ୍ପର୍କ ଯାତ୍ରା: ୧୭ରେ ଢେଙ୍କାନାଳ ଆସିବେ ଶାହ

mahabharatanews

କୋରେଇ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ବାର୍ଷିକୀ  

mahabharatanews

ମହେଶ୍ବରଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି; ମୁଖ୍ୟମନ୍ତ୍ରୀ

mahabharatanews