ଓଡିଶା

ବିଦ୍ୟୁତ ଆଘାତରେ ଜଣେ ମୃତ

(ମହାଭାରତ/ସାଲେପୁର): କଟକ ·ନ୍ଦବାଲି ରାସ୍ତାର ଜନିହାଛକ ନିକଟରେ ଥିବା ଡ଼ଲଫିନ ବାର ଛାତ ଉପରେ ଥିବା ୩୩ କେବି ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି କୋଲନପୁର ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ଅ ।ଜି ସକାଳେ ମୃତ ଯୁବକ ରାଜମିସ୍ତ୍ରୀ ସାଙ୍ଗରେ ହେଲ୍ପର୍ କାମ କରିବାକୁ ଆସିଥିଲେ । ଯେଉଁ ସ୍ଥାନରେ ଘର କାମ ହେଉଥିଲା ତା ଉପରେ ଥିବା ୩୩କେବି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ମୃତ ଯୁବକଙ୍କ ଘର କୋଲନପୁର ଗ୍ରାମରେ । ତାଙ୍କ ନାମ ଆଲୋକ କୁମାର ସାମଲ (୨୮), ବାପାଙ୍କ ନାମ ଜଚିନ୍ଦ୍ର କୁମାର ସାମଲ ।

ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଏବଂ ପରିବାର ଲୋକେ ରାସ୍ତା ଉପରେ ଶବ ରଖି କଟକ ·ନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାବୁଝି କରି କ୍ଷତିପୂରଣ ବାବଦରେ ଘର ମାଲିକ ସାଢେ ·ରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ ।

Related posts

ଦୁଇ ଦିନ ମଧ୍ୟରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସ୍ଆଇ: ଆଇନ ମନ୍ତ୍ରୀ

mahabharatanews

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

mahabharatanews

ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣଧୀନ ଛାତ, ସିବିଆଇ ତଦନ୍ତ ଦାବୀ କଲା କଂଗ୍ରେସ

mahabharatanews