ଓଡିଶା

୧୧୦ କେଜିର ବିଶାଳ ମାଛ

(ବାଲେଶ୍ୱର) :   ଜାଲରେ ପଡ଼ିଲା ୧୧୦ କେଜିର ବିଶାଳ ମାଛ । ତେବେ ମାଛଟି ୨୫ ହଜାର ଟଙ୍କାରେ ବିକ୍ରି ହୋଇଛି । ସବୁ ସମୟରେ ଏହି ମାଛ ଦେଖିବାକୁ ମିଳେନାହିଁ । କେବଳ ଗଭୀର ସମୁଦ୍ରରେ ଏହି ମାଛ ସମୁଦ୍ରରେ ରହିଥାନ୍ତି । ଦୀଘା ମାଛ ମାର୍କେଟରେ ବିକ୍ରି କଲେ ମତ୍ସ୍ୟଜୀବୀ । ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛ ପଡିଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ , ଗତ ଦୁଇ ଦିନ ଧରି ପୂର୍ବ ମେଦିନପୁର ଏବଂ ଓଡିଶାରେ ବର୍ଷା ଲାଗିରହିଛି । ଆଉ ମୂଷଳଧାରରେ ବର୍ଷା ଯୋଗୁଁ ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ମାଛ ପଡିଛି । ଏହି ବିଶାଳକାୟ ଭୋଲା କଉ ମାଛର ଓଜନ ପ୍ରାୟ ୧୧୦ କେଜି ହେବ ବୋଲି ଜଣାପଡିଛି । ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଓଡିଶାର ପାରାଦୀପ ଅଞ୍ଚଳର କିଛି ମତ୍ସଜୀବୀ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡିଥିଲା। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା।

Related posts

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews

ବ୍ରହ୍ମପୁର ଗଣବଳାତ୍କାର; ୫ କଲେଜ ଛାତ୍ରଙ୍କୁ କୋର୍ଟ ଚାଲାଣ 

mahabharatanews

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

mahabharatanews