ଭାରତରାଜନୀତି

ନିଟ୍ ବିବାଦ, ଗର୍ଜିଲା ବିଜେଡି

ନୂଆଦିଲ୍ଲୀ: ଜନତାଙ୍କ ସ୍ୱାର୍ଥରେ ରାଜ୍ୟସଭାରେ ଗର୍ଜିବାକୁ ବିଜେଡି ପ୍ରସ୍ତୁତ । ଏନେଇ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ଦ୍ଦେଶକୁ ନେତା ମଧ୍ୟ ଉଚିତ ଭାବେ ପାଳନ କରିଥିବା ସଂସଦର ଉପର ଗୃହରେ ଦେଖିବାକୁ ମିଳିଥିଲା ।
ନିଟ୍ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ବିରୋଧ କରି ଆଜି ସଂସଦର ଉପର ଗୃହ ରାଜ୍ୟସଭାରେ ସ୍ୱର ଉଠାଇ ମୋଦୀ ସରକାରଙ୍କୁ ଘେରିଛି ବିଜେଡି । ନିଟ୍ ବିବାଦ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି । ଏହା ଉପରେ ରାଜ୍ୟ ସଭାରେ ଆଲୋଚନା ପାଇଁ ଦାବି କରିଥିଲେ । ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ହୋହାଲ୍ଲା କରିବା ସହିତ ପରେ ଗୃହର ସାମ୍ନାକୁ ଯାଇ ରାଜ୍ୟ ସଭାରେ ଏହା ଉପରେ ଆଲୋଚନା ପାଇଁ ଦୃଢ଼ ଦାବି କରିଥିଲେ ।

Related posts

କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

mahabharatanews

ପଶ୍ଚିମବଙ୍ଗରେ ନେତାଙ୍କୁ ହତ୍ୟା

mahabharatanews

୨୪ ଘଣ୍ଟାରେ ଦେଶରୁ ୪୭୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews