ଓଡିଶାରାଜନୀତି

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

ବ୍ରହ୍ମପୁର: ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ୨୦ହଜାର ୨୩୬ ଭୋଟ୍ ବ୍ୟବଧାନରେ ସଂଘମିତ୍ରା ଦଳେଇ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପିର ସବିତା ସୁଆରଙ୍କୁ ପରାସ୍ତ କରିଛନ୍ତି ସଂଘମିତ୍ରା ।

ତେବେ ଭୋଟ ଗଣତି ଆରମ୍ଭରୁ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ସବିତା ସୁଆର ୪୫,୭୮୨ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬,୦୬୮ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ସେହିପରି ଦେଶରେ କଂଗ୍ରେସର ସ୍ଥର ଦୁର୍ବଳ ଥିବା ଭଳି ରାଜ୍ୟରେ ମଧ୍ୟ ସେହି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ବ୍ରହ୍ମପୁର କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି ।

ତେବେ ସଂଘମିତ୍ରା ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବ୍ରହ୍ମପୁର ମହାନଗରବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ ।ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ମୋର ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଦେଉଛି । ମହାନଗର ନିଗମ ବାସିନ୍ଦା ମୋତେ ମେୟର ଭାବେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହି ଜିତ୍ ପରେ ବ୍ରହ୍ମପୁରରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ସେ ଜଣାଇଛନ୍ତି।ଏଥି ସହିତ ମହାନଗର ନିଗମରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରର ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ ।

Related posts

ଦୁଇ ପିକ୍ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

mahabharatanews

ସତ୍ୟବାଦୀ ମହୋତ୍ସବ ଉଦଘାଟିତ

mahabharatanews

ଋଣ ଶୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

mahabharatanews