ବରଗଡ : ବରଗଡ , ପଦ୍ମପୁର ସମେତ ସମଗ୍ର ଓଡିଶାର ଚାଷୀ ମାନଙ୍କର ବକେୟା ଫସଲ ବିମା ଟଙ୍କା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଉତ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲେଖିଛନ୍ତି ଏହି ବୀମା କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା କିନ୍ତୁ ଏବେ ଇନ୍ସୁରାନ୍ସ କମ୍ପାନୀ ମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି ।
ସେମାନେ ଖୁବ ଶିଘ୍ର ଚାଷୀ ମାନଙ୍କୁ ଏନେଇ ଫସଲ ବିମା ଟଙ୍କା ଯୋଗାଇଦେବାକୁ ନର୍ଦ୍ଦେଶ ଦିଆଯାଇଛି । ସସ୍ମିତ ପାତ୍ର କହିଛନ୍ତି ଯଦି ଏହା ଆଗରୁ ହୋଇଥାନ୍ତା ତେବେ ଖାଲି ବରଗଡ କି ପଦ୍ମପୁରର ଚାଷୀ ନୁହନ୍ତି ବରଂ ସାରା ଓଡିଶାର ଚାଷୀ ଦିର୍ଘ ଦିନ ହେବ ସଂଘର୍ଷ ଭିତରେ ଗତି କରିନଥାନ୍ତେ । ତେଣୁ ଏହି ଫସଲ ବିମା କ୍ଷେତ୍ରରେ ଚାଷୀ ମାନଙ୍କ ପ୍ରତି ହୋଇଥିବା ଅବହେଳାକୁ ସେ ନିନ୍ଦା କରିଛନ୍ତି ।