ଓଡିଶା

ଚାଷୀଙ୍କ ପାଇଁ ମରୁଡି ସହାୟତା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ମରୁଡି ପ୍ରଭାବିତ ଅଞ୍ଚଳରେ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାର ଲାଭ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା ।ଏହାପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପାଇଁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୀମା କମ୍ପାନୀ ଓ ରାଜ୍ୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଝାରବନ୍ଧ, ପଦମପୁର ଓ ପାଇକମାଳର ଚାଷୀଙ୍କୁ ମିଳିବାକୁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।  ତେଣୁ ତୁରନ୍ତ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

Related posts

୨୬ରୁ ଆଦିବାସୀ ମେଳା

mahabharatanews

 ଶ୍ରୀଅଲାରନାଥଙ୍କ ଦର୍ଶନ: ବୟସ୍କ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews