ବିଶ୍ୱ

ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିସ୍ଫୋରଣ

ଆଜି ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ଚାଲିଛି ମତଦାନ । ଏହାରି ଭିତରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଖୈବର ପଖତୁନଖ୍ୱାର ଡେରା ଇସ୍ମାଇଲ ଖାନ ଜିଲ୍ଲାର କୁଲାଚିରେ ଏକ ପୋଲିସ ଭ୍ୟାନକୁ ଟାର୍ଗେଟ କରିଛନ୍ତ୍ି । ପ୍ରଥମେ ସେମାନେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣଣେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ରହିଛି ।
ଖବର ମୁତାବକ, ଆକ୍ରମଣକାରୀମାନେ ୩୦ ମିନିଟରୁ ଅଧିକ ସମୟ ଧରି ଗୁଳି ବର୍ଷା କରିଥିଲେ । ତେବେ ଏହା ପୂର୍ବରୁ କରିଥିବା ବିସ୍ଫୋରଣରେ ପୋଲିସ ଭ୍ୟାନର ଛାତ ଉଡିଯାଇଥିବା କୁହାଯାଉଛି । ତେବେ ଏହା ପୂର୍ବରୁ ଗତକାଲଇ ବଲୁଚିସ୍ତାନରେ ଦୁଇଟି ବଡ ବିସ୍ଫୋରଣ ହୋଇଥିଲା ସେଥିରେ ୩୦ ଜଣଙ୍କ ପ୍ରଣ ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ ।

Related posts

ସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ; ପାକିସ୍ତାନ

mahabharatanews

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ୍‌ ଓ ନିକୋବର

mahabharatanews