(ଭୁବନେଶ୍ୱର) : ଆଜି ରାଜ୍ୟର ୩୧୪ ବ୍ଲକ ଚେୟାରମ୍ୟାନ ପଦବୀ ପାଇଁ ଚାଲିଛି ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ପଞ୍ଚାୟତର ଅଧ୍ୟକ୍ଷଙ୍କୁ ବାଛିବେ। ଏନେଇ ପୂର୍ବରୁ ଘୋଷଣା ହୋଇଥିଲା ।
ସୂଚନାନୁଯାୟୀ , ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏହାର ଘଣ୍ଟାଏ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଏ ଓ ଅପରାହ୍ନ ୧ଟା ଭିତରେ ପ୍ରାଥୀ ପତ୍ର ପ୍ରତ୍ୟାହାର ହୋଇ ନିର୍ବାଚନ ହେବ। ରାଜ୍ୟର ୬ ହଜାରରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ହେବ । ଏହାପରେ ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ।