ଓଡିଶା

ମଦ ପିଇ ଗାଡି ଚଢ଼ାଇଲେ ବିଧାୟକ !

ଚିଲିକା: ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଭିତରେ ଚିଲିକାରୁ ଆସିଛି ହୃଦୟ ବିଦାରକ ଖବର । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କିଛି ଲୋକଙ୍କ ମାଡରେ ବିଧାୟକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଧାୟକଙ୍କ ମୁଣ୍ଡ ଫାଟିଥିବା ବେଳେ ସେ ଗାଡି ଚଢାଇବାକୁ ଉଦ୍ୟମ କରିଥିବା କହିଥିବା ନେଇ ଅଭିଯୋଗ ହୋଇଛି । ୩ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବା ପାଇଁ ବିଧାୟକ ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଣପୁର ମେଡିକାଲରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଅନ୍ୟ ଗୁରୁତରଙ୍କୁ ଭୁବେନଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଥିବା ବେଳେ ତାଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଛନ୍ତି ଲୋକେ ।

Related posts

ସରପଞ୍ଚ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

mahabharatanews

କୃମି ଆକ୍ରାନ୍ତ ଅପପୁଷ୍ଟି ଓ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି

mahabharatanews

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

mahabharatanews