ଓଡିଶା

ଘରୁ ମଶା ବାହାରିଲେ ୧୦୦୦ ଗଣିବେ ରାଜଧାନୀବାସୀ 

(ଭୁବନେଶ୍ୱର) : ଘରୁ ମଶା ବାହାରିଲେ ଗଣିବେ ତଣ୍ଡ । ଘରୁ ମଶା ମିଳିଲେ ୧୦୦୦  ଟଙ୍କା ଫାଇନ୍ ଗଣିବେ ଗୃହକର୍ତ୍ତା   ଏମିତି ନିୟମ କରିଛି ଭୁବନେଶ୍ୱର ମହାନଗର ନିଗମ । ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ ଏହି ନୂଆ ନିୟମ । ବିଏମସି ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ । କାହା ଘରେ ଡେଙ୍ଗୁ ମଶା ମିଳିଲେ ତାକୁ ଫାଇନ୍ ଦେବାକୁ ହେବ । କେବଳ ସେତିକି ନୁହେଁ ସରକାରୀ-ବେସରକାରୀ କାର୍ଯ୍ୟାଳୟରୁ ମଶା ବାହାରିଲେ ୫୦୦୦ ଟଙ୍କା ଫାଇନ୍ ଲାଗିବ । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୂଚନାନୁଯାୟୀ ,  ନିର୍ଦ୍ଦେଶନାମାରେ ଜାରି ହୋଇଛି ଯେ, ଦିନକୁ ଦିନ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର୍ ହେଲାଣି । ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ । ୧୫ ଅଗଷ୍ଟ ସୁଦ୍ଧା ସବୁ ଅଳିଆ ସଫଆ କରିବାକୁ ହେବ । ନହେଲେ ବିଏମସି ନଜରରେ ପଡ଼ିଲେ ତଣ୍ଡ ଗଣିବାକୁ ହେବ ।  ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨  ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।

Related posts

ଅଲୌକିକ ଘଟଣାରେ ବିମୋହିତ ଭକ୍ତ ଜନ

mahabharatanews

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

mahabharatanews

କଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସ

mahabharatanews