ଓଡିଶା

ଭାବନ୍ଧ ଗ୍ରାମ ପଞ୍ଚାୟତ ରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଭାବନ୍ଧ ଗ୍ରାମ ପଞ୍ଚାୟତର ସମ୍ମିଳନୀ କକ୍ଷ ଠାରେ ସୋମବାର ପୂର୍ବାହ୍ନ ୧୧ଘଣ୍ଟ ସମୟରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତି ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟ ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ  ନିର୍ଦେଶ କ୍ରମେ ପୂର୍ବରୁ  ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଚାଳିଆସୁଥିବାବେଲେ ଅତି ସହଜରେ  ସାଧାରଣ ଲୋକୋମାନେ ନିଜର ସମସ୍ୟା ଓ ଅଭିଯୋଗ କୁ ନେଇ ସିଧାସଳଖ ପ୍ରଶାସନ ଅଧିକାରୀଙ୍କ ସାଥିରେ ଯୋଡ଼ି ହୋଇପାରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସରୋଜ କୁମାର ବେହେରା ନାୟକ, ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତି ସ୍ମିତାଞ୍ଜଳି ପ୍ରଧାନ, ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅରୁଣ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ପ୍ରିତି ସାହୁ, ସ୍ଥାନୀୟ ସରପଞ୍ଚ  ଶ୍ରୀଯୁକ୍ତ କାଳିଆ ଦାଶ, ସମିତିସଭ୍ୟା ଶ୍ରୀମତି ରିଙ୍କି ନାହାକ ଆଦି ଉପସ୍ଥିତ ରହିଥିଲେ ।  ଭାବନ୍ଧ ପଞ୍ଚାୟତରେ ବିଭିନ୍ନ ପ୍ରକାର ଅଭିଯୋଗ କୁ ନେଇ ମୋଟ ୮୧ ଟି  ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ରେସନ କାର୍ଡ, ୧୮ ସାମାଜିକ ସୁରକ୍ଷା, ୩୫ ଗ୍ରାମୀଣ ଆବାସ, ୦୪ ମହାତ୍ମାଗାନ୍ଧୀ ଜାତୀୟ  ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ୦୧ କୃଷି ସମ୍ବନ୍ଧୀୟ,୦୨  ଜଳ ପରିମଳ ଏବଂ ୦୪ ରାଜସ୍ୱ ବିଭାଗର ରହିଥିଲା । ଆଜିର କାର୍ଯ୍ୟକ୍ରମ କୁ ଭାବନ୍ଧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୂପକ ସାମନ୍ତରାୟ

 ପରିଚାଳନା କରିଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ  ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସାଧାରାଣ ଲୋକଙ୍କ  ବିଭିନ୍ନ ପ୍ରକାର ସମସ୍ୟାର ଅନୁଧ୍ୟାନ କରିଥିଲେ ।  ପଞ୍ଚାୟତର ସମସ୍ତ କର୍ମଚାରୀ ଏବଂ ଗ୍ରାମବାସୀ ମାନଙ୍କ ସହଯୋଗ ଓ ସାହାଯ୍ୟରେ ଆଜିର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା।

Related posts

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

ରାଜ୍ୟରେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews