ଓଡିଶା

ଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ଘଟଣା: ମିଳିଲା ରାଜକିଶୋରଙ୍କ ମୃତ ଦେହ

ଚିଲିକା : ଚିଲିକା ଡଙ୍ଗା ବୁଡି ନିଖୋଜ ଘଟଣାରେ ମିଳିଲା ରାଜକିଶୋରଙ୍କ ମୃତ ଦେହ । ନିଖୋଜ ହେବାର ୧୯ ଘଣ୍ଟାପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ଭାରତୀୟ ନୌସେନା, ଓଟିଡିସି, ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଛି । ମୃତ ରାଜକିଶୋର ଚିଲିକାରେ କାଳିଜାଇପୀଠରେ ଏକ ଦୋକାନୀ ଥିଲେ ।

୧୨ ଜଣ ଯାତ୍ରୀଙ୍କୁ ନେଇ ଗତକାଲି ଫେରୁଥିଲା ଡଙ୍ଗା । ହେଲେ କାଳବୈଶାଖୀ ହେତୁ ଡଙ୍ଗାଟି ବୁଡିଯାଇଥିଲା । ପରେ ୧୧ ଜଣଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ରାଜକିଶୋ ନିଖୋଜ ଥିଲେ . ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Related posts

ଶିକ୍ଷକଙ୍କ ଗିରଫକୁ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ବିରୋଧ

mahabharatanews

ଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭ

mahabharatanews

ରେଳ ଦୁର୍ଘଟଣା : ପଦରୁ ବହିସ୍କୃତ ହେଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର

mahabharatanews