ଅପରାଧ

କାଜୁ ଜଙ୍ଗଲରେ ବୋମା ମାଡ: ୨ ଜଣ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ବୋମା ମାଡ । ଏହି ବୋମା ମାଡରେ ୨ ଜଣ ଗୁରୁତର ଆହତ । ସହର ଉପକଣ୍ଠରେ ଅର୍ଜୁନପୁର କାଜୁ ଜଙ୍ଗଲରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ କାଜୁ ଜଙ୍ଗଲର ଦୁଇ ଜଗୁଆଳି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଅର୍ଜ୍ଜୁନପୁର କାଜୁ ଜଙ୍ଗଲରେ ଦୁଇଜଣ ଜଗୁଆଳି ଡ୍ୟୁଟିରେ ନିୟୋଜିତ ଥିଲେ । ଏହି ସମୟରେ ହଠାତ ସେମାନଙ୍କ ଉପରକୁ ଏକ ବୋମା ମାଡ ହୋଇଥିଲା । ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି । ତେବେ ବୋମାମାଡର କାରଣ ଜଣା ପଡି ନାହିଁ । ଭଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

୨ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଶିକ୍ଷକ ଗିରଫ

mahabharatanews

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

mahabharatanews

ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ନିର୍ମମ ହତ୍ୟା

mahabharatanews