Uncategorized

ଏଣିକି ଅବୈଧ, ଅଚଳ ଯାନକୁ ଦେବାକୁ ହେବ ଦ୍ୱିଗୁଣା ଅଧିକ ଟୋଲ ଫି

ନୂଆଦିଲ୍ଲୀ: ଟୋଲ ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇଛି । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧିତ ନିୟମ ସମ୍ବନ୍ଧରେ ଏକ ବିଜ୍ଞପ୍ତିଜାରି କରାଯାଇଛି । ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।
ନୂତନ ଅଧିନିୟମ ଅନୁଯାୟୀ, କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି ଆଦାୟ ହେବ । ଏଭଳି ଯାନ ଲାଗି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରେ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି । ଏହି ସଂଶୋଧନ ପୂର୍ବରୁ ଗାଡି ବ୍ୟବହାରକାରୀଙ୍କୁ ବିନା ଫାଷ୍ଟଟ୍ୟାଗରେ ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନରେ ପ୍ରବେଶ କଲେ ଦୁଇଗୁଣ ଟୋଲ ଫି ଦେବାକୁ ପଡୁଥିଲା ।

Related posts

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews

୫୦ ଭାବଶାଳୀ ଭାରତୀୟଙ୍କ ମଧ୍ୟରେ ନବୀନ ୧୦

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews