ଓଡିଶା

ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ଭୋଟଗ୍ରହଣ

ନୂଆଦିଲ୍ଲୀ: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଆଜି ନିର୍ବାଚନ କମିଶନ ଭୋଟ୍ ନେଇ ତାରିଖ ଘୋଷଣା କରିଛନ୍ତି। ମେ ୩୧ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ । ମେ ୪ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ତାରିଖ ରହିଛି । ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମେ ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି । ମେ ୩୧ରେ ଏହି ଆସନ ପାଇଁ ଭୋଟ୍ ପଡିବ । ଜୁନ୍ ୩ରେ ଭୋଟ୍ ଗଣତି ହେବ। ଭୋଟିଂ ବେଳେ ନିୟନ ଅନୁଯାୟୀ ଇଭିଏମ୍ ଏବଂ ଭିଭିପାଟ ବ୍ୟବହାର ହେବ। କରୋନା ନିୟମ ଅନୁଯାୟୀ ଭୋଟିଂ ସହିତ ପ୍ରଚାର ହେବ । ନିୟମ ଉଲ୍ଲଂଘନ କଲେ ନିୟମ ଅନୁଯାୟୀ ଦଣ୍ଡିତ ହେବେ। ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଥିଲା ।

Related posts

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମ ଜିଲାରୁ ୫ 

mahabharatanews

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

mahabharatanews

ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକ।ରଙ୍କ ଲକ୍ଷ୍ୟ: ସମୀର ଦାଶ

mahabharatanews