(ସରୋଜ କୁମାର ରାଉତ)ଭୁବନେଶ୍ୱର: ସାହସିକତା ପାଇଁ କଟକର ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ ସମ୍ବଦ୍ଧନା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତାଙ୍କ ନାମ ଲଳିତ ମୋହନ ରାଉତ । ଲଳିତ କଟକ ଶିଖରପୁର ଟ୍ରାଫିକରେ କାର୍ଯ୍ୟକରୁଥିଲେ । ଗତ ୩୦ତାରିଖ ରାତି ପ୍ରାୟ ସାଢେ ୮ଟା ସମୟରେ ସେଇ ଟ୍ରାଫିକ ଠାରୁ କିଛି ଦୂରରେ ଏକ ମାଲବାହୀ ଟ୍ରଲର ଦ୍ରୁତ ଗତିରେ ଟ୍ରାଫିକ ପୋଷ୍ଟ ଆଡ଼କୁ ମାଡ଼ିଆସିଥିଲା । ଟ୍ରାଫିକ ପୋଷ୍ଟରେ ବାଇକ ଧରି ଛିଡ଼ା ହୋଇଥିବା ୪ଜଣ ବ୍ୟକ୍ତି ଟ୍ରଲରକୁ ଦେଖି କୁଆଡ଼େ ଯାଇପାରିନଥିଲେ । ଏହି ସମୟରେ ଲଳିତ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ୪ ଜଣଙ୍କୁ ରାସ୍ତାର ଗୋଟିଏ ପାଖକୁ ଠେଲିନେଇଥିଲେ । ଯାହା ଫଳରେ ୪ଜଣ ବ୍ୟକ୍ତି ସାମାନ୍ୟ ଆହାତ ହୋଇଥିଲେ । କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏ ନେଇ ଆଜି ଲଳିତକୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
previous post
next post