ଓଡିଶା

ସାହସିକତା ପାଇଁ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କଲେ କମିଶନର

(ସରୋଜ କୁମାର ରାଉତ)ଭୁବନେଶ୍ୱର: ସାହସିକତା ପାଇଁ କଟକର ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ ସମ୍ବଦ୍ଧନା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତାଙ୍କ ନାମ ଲଳିତ ମୋହନ ରାଉତ । ଲଳିତ କଟକ ଶିଖରପୁର ଟ୍ରାଫିକରେ କାର୍ଯ୍ୟକରୁଥିଲେ । ଗତ ୩୦ତାରିଖ ରାତି ପ୍ରାୟ ସାଢେ ୮ଟା ସମୟରେ ସେଇ ଟ୍ରାଫିକ ଠାରୁ କିଛି ଦୂରରେ ଏକ ମାଲବାହୀ ଟ୍ରଲର ଦ୍ରୁତ ଗତିରେ ଟ୍ରାଫିକ ପୋଷ୍ଟ ଆଡ଼କୁ ମାଡ଼ିଆସିଥିଲା । ଟ୍ରାଫିକ ପୋଷ୍ଟରେ ବାଇକ ଧରି ଛିଡ଼ା ହୋଇଥିବା ୪ଜଣ ବ୍ୟକ୍ତି ଟ୍ରଲରକୁ ଦେଖି କୁଆଡ଼େ ଯାଇପାରିନଥିଲେ । ଏହି ସମୟରେ ଲଳିତ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ୪ ଜଣଙ୍କୁ ରାସ୍ତାର ଗୋଟିଏ ପାଖକୁ ଠେଲିନେଇଥିଲେ । ଯାହା ଫଳରେ ୪ଜଣ ବ୍ୟକ୍ତି ସାମାନ୍ୟ ଆହାତ ହୋଇଥିଲେ । କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏ ନେଇ ଆଜି ଲଳିତକୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

Related posts

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

mahabharatanews

ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ; ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା

mahabharatanews