ଅପରାଧ

ପୁଣି ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଅବକାରୀ ବିଭଗକୁ ମିଳିଛି ଏକ ବଡ ସଫଳତା । ଦେଡ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ନେଇ ଯାଉଥିବା ବେଳେ ରାଜୀବ କୁମାର ପତି ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ତରଫରୁ କଡା ଯାଞ୍ଚ ଆରମ୍ଭ କରିଥିଲା । ତେବେ କଟକ-ଚାନ୍ଦବାଲି ରାସ୍ତା ଗରାପୁର ଛକ ନିକଟରେ ରାଜୀବକୁ କାବୁ କରିଛି ପୋଲିସ । ଏହାସହିତ ରାଜୀବ ନିକଟରୁ ୧୫ ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ ବାଇକ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି ।

Related posts

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews

ଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର

mahabharatanews

ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍, ୩ ଗିରଫ

mahabharatanews