ଓଡିଶା

୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 

(ଭୁବନେଶ୍ୱର) : ଆସନ୍ତା ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ । ଜାନୁୟାରୀ ୧୬ ତାରିଖ ଯାଏଁ ଅନ୍‌ଲାଇନ୍‌ ପଞ୍ଜୀକରଣର ହେବ । BSKYରୁ ବାଦ୍‌ ପଡ଼ିଥିବା ପରିବାର ଲାଗି ନବୀନ କାର୍ଡ ଉଦ୍ଦିଷ୍ଟ ହବ ।

ସୂଚାନୁଯାୟୀ, BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।  ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ।

Related posts

 ବଢିଲା ୬ କୁଳପତିଙ୍କ କାର୍ଯ୍ୟକାଳ

mahabharatanews

ଆଜିଠାରୁ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews