ଓଡିଶା

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

କନ୍ଧମାଳ: ରାସ୍ତା ଉପରେ ଜଳିଗଲା ବସ୍‌ । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯାଇଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି କନ୍ଧମାଳ ଜିଲା କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ନିଅଁ। ଲାଗିଯାଇଥିଲା । ତେବେ ବସରେ ନିଆଁ ଲାଗିବା କ୍ଷଣି ଯାତ୍ରୀମାନେ ବସରୁ ବାହାରି ଯାଇଥିଲେ । ଏକ ବଡଧରଣର ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଦିଆଯାଇଥିଲା ।
କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ଏଚ୍‌ ୫୯ରେ ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ବାଲିଗୁଡ଼ା ଥାନା ଅଧୀନ ଦାରିଙ୍ଗବାଡି ଛକରେ ବସରେ ନିଆଁ ଲାଗିଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ୍‌.ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସ୍‌ରେ ସଟ୍‌ସର୍କିଟ ହୋଇଯାଇଥିଲା । ବସ୍‌ରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସ ରଖିଦେଇଥିଲେ ଓ ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ସମେତ ସମସ୍ତ ଯାତ୍ରୀ ବସ୍‌ରୁ ଓଲ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

Related posts

ବରୀରେ ସଟଡାଉନ ବେଳେ ଇ-ଚାଲାଣର ଶୁଭାରମ୍ଭ

mahabharatanews

ଗଛରେ ପିଟିହେଲା କାର୍‌, ୬ ମୃତ

mahabharatanews

ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ

mahabharatanews